Events

ଓଡ଼ିଆ ଉଇକିପିଡ଼ିଆ: ତିନି ବର୍ଷର ସକ୍ରିୟ ଅବଦାନ ୧୦ ବର୍ଷର ପ୍ରକଳ୍ପକୁ ପୁନର୍ଜୀବନ ଦେଲା

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ.

By Mar 13,2014  0

Group_photo_-_Odia_Wikipedians_during_Odia_Wikipedia_10_at_Sikharchandi,_Bhubaneswar

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ଉଇକିଆଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅଧିକ ଲୋକ ଇଣ୍ଟରନେଟ ତଥା ବିଶେଷ ଭାବେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଓ ଓଡ଼ିଆରେ ଲେଖିବା ପାଇଁ ଅଧିକ ଇନପୁଟ ପ୍ରଣାଳୀ ଆସିବା ଦ୍ଵାରା ଏହି ଗୋଷ୍ଠୀଗତ ପ୍ରକଳ୍ପଟି ଲୋକଲୋଚନାକୁ ଆସିବାକୁ ଲାଗିଲା । ଓଡ଼ିଆ ଉଇକିପିଡ଼ିଆର ଫେସବୁକ ପୃଷ୍ଠା ଏବଂ ଗୋଠ ଅଧିକ ଲୋକମାନଙ୍କର ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ ସାମାଜିକ ଦ୍ଵାର ହୋଇଥିଲା । ଇଉନିକୋଡ଼ରେ ଲେଖା ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବା ଲେଖା ଏହି ଭାଷାରେ ପ୍ରାୟତଃ କିଛି ନାହିଁ ବା ବହୁତ କମ । ଅନ୍ୟ ଭାଷାଭାଷୀ ଲୋକମାନଙ୍କ ତୁଳନାରେ ଏହି ଭାଷାରେ ଉପଲବ୍ଧ ଥିବା ଛବି, ଭିଡ଼ିଓ ଓ ଅଡ଼ିଓ ମିଡ଼ିଆଗୁଡ଼ିକ ବହୁତ କମ । ଏବେ ମଧ୍ୟ ବହୁତ ଲୋକ ସେହି ପୁରୁଣା ଚୋରା ଅପରେଟିଂ ସିଷ୍ଟମକୁ ସେମାନଙ୍କ କମ୍ପ୍ୟୁଟରରେ ବ୍ୟବହାର କରୁଛନ୍ତି ଯାହାକି ସମସ୍ତ ଉଇକିପିଡ଼ିଆ ପ୍ରକଳ୍ପର ଉନ୍ନତିରେ ଏକ ବଡ଼ ବାଧା ପାଲଟିଛି । ଅଧୁନା ଓଡ଼ିଆରେ ଅନଲାଇନ ଅବଦାନ ଓ ଅନେକ ଗୁଡ଼ିଏ ଇନପୁଟ ପ୍ରଣାଳୀ ଆସିବାକୁ ଲାଗିଛି । ଅଧିକ ଲୋକ ଓଡିଆରେ ଇଇଉନିକୋଡ଼ବ୍ୟବହାର କରି ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେଣି । ଏହି କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ ବହୁତ ଗୁଡ଼ିଏ ଲେଖା ଓ ପାଠକ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାସିକ ପୃଷ୍ଠା ଦେଖା ଯାହାକି ବର୍ଷ ବର୍ଷ ଧରି ଲଗାତର କମ ଥିଲା ତାହା ୧୦୦୦ରୁ ୪,୦୦,୦୦୦ ରୁ ଅଧିକ ହେଲାଣି ଯାହା ବେଳେବେଳେ ୫,୦୦,୦୦୦ ମଧ୍ୟ ପହଞ୍ଚିଛି । ଓଡ଼ିଆ ଲେଖାଥିବା ସମସ୍ତ ୱେବସାଇଟ ମଧ୍ୟରେ ଏହା ସର୍ବାଧିକ । ଦୁଇଦିନ ଧରି ଅଧିକ ଲୋକମାନଙ୍କୁ ଆକର୍ଷିତ କଲାଭଳି ନୂଆ ପ୍ରକଳ୍ପ ସହ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମତିଥି ପାଳନ କରିଛି । ଓଡ଼ିଆ ଉଇକିଆଳିଗଣ ୨୮ ଜାନୁଆରୀରେ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଏବଂ ୨୯ ଜାନୁଆରୀରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁ ନିକେସନ ଏହି ଦୁଇଟି ଶିକ୍ଷାନୁଷ୍ଠାନଠାରେ ଏକଜୁଟ ହୋଇ ଏଥିରେ ସାମିଲ ହୋଇଥିଲେ ।

Story – ଓଡ଼ିଆ ଉଇକିଆଳି ଜ୍ଞାନରଞ୍ଜନ ସାହୁମୃତ୍ୟୁଞ୍ଜୟ କର ଓ ଶୁଭାଶିଷ ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର, ଆକ୍ସେସ ଟୁ ନଲେଜ, ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (CIS-A2K)

Footnote: Odia Wikimedia community is organizing Odisha day on the 29th of this month in Bhubaneswar. More details: http://or.wikipedia.org/wiki/WP:OD14

 

Plea of a woman

Previous

Jhanvi

Next

Email this post to a friend.

or Close

LOG IN

Lost your password?

SIGN UP

LOST PASSWORD